ନ୍ୟୁଜ୍

ଓଡିଶା ପୁଲିସ ଦେଲା ଶେଷ ସମ୍ମାନ, କୁକୁରକୁ ଗାର୍ଡ ଅଫ ଅନର l

ସତ୍ୟଶିଖା ୧୩ .୦୮.୨୦୨୦ :  କୁକୁରକୁ ଗାର୍ଡ ଅଫ୍ ଅନର । ବିଦାୟ ଜଣାଇଲା ମାଲକାନଗିରି ପୋଲିସ । ୪ ବର୍ଷ ଧରି ନିରନ୍ତର ସେବା  ଯୋଗାଇ ଆସୁଥିବା ଲାବ୍ରାଡର ବ୍ରିଡର ସନ୍ଧାନୀ କୁକୁର ବଡ୍ଡି । ବିଶେଷ କରି ଗତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଆଦିତ୍ୟନାଥ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟସ୍ଥଳକୁ ସୁରକ୍ଷା ଯୋଗାଇଥିଲା ବଡ୍ଡି । ଲାଲଗଡରେ ବୋମା କିମ୍ୱା କୌଣସି ସନ୍ଦିଗ୍ଧ ବସ୍ତୁ ଠାବ କରିବାରେ ବେଶ୍ ଦକ୍ଷ ଥିଲା ଏହି କୁକୁର । ଏବେ ଆଖି ବୁଜିଛି ଏହି ସନ୍ଧାନୀ କୁକୁର । ଏହାର ପରଲୋକ ପରେ ମାଲକାନଗିରି ପୋଲିସ ସମ୍ମାନର ସହ ଏହାର ଅନ୍ତିମ ସଂସ୍କାର କରିଛି । ଗାର୍ଡ ଅଫ୍ ଅନର ଦେଇ ତାକୁ ଶେଷ ବିଦାୟ ଜଣାଇଛି ମାଲକାନଗିରି ପୋଲିସ ।

Show More
Back to top button