ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ସତ୍ୟଶିଖା(ଭୁବନେଶ୍ୱର) ୧୮.୦୬.୨୦୨୧: ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ଟପିଛି। ସୋମବାର ଆଉ ୮ ହଜାର ୧୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୮୭, କଟକରୁ ୮୬୭, ଅନୁଗୋଳରୁ ୭୪୫, ଯାଜପୁରରୁ ୫୧୬, ବାଲେଶ୍ୱରରୁ ୪୨୩, ନୟାଗଡ଼ରୁ ୪୧୮, ଜଗତସିଂହପୁର ୩୯୭, ମୟୂରଭଞ୍ଜରୁ ୩୬୭, ଢେଙ୍କାନାଳରୁ ୩୩୨, ପୁରୀରୁ ୩୦୪ ଏବଂ ବୌଦ୍ଧରୁ ୩୦୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ସୁନ୍ଦରଗଡରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡ଼ାରୁ ୨୨୪, ବରଗଡ଼ରୁ ୧୮୨, ନବରଙ୍ଗପୁରରୁ ୧୭୧, କଳାହାଣ୍ଡିରୁ ୧୬୪, କେନ୍ଦୁଝରରୁ ୧୧୪, ରାୟଗଡାରୁ ୧୧୦, ସମ୍ବଲପୁରରୁୁ ୧୦୨, ମାଲକାନଗିରିରୁ ୯୭, ବଲାଙ୍ଗିରରୁ ୮୮, ସୁବର୍ଣ୍ଣପୁରରୁ ୮୪, ଝାରସୁଗୁଡାରୁ ୬୯ ଓ କନ୍ଧମାଳରୁ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Show More
Back to top button