ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି

ସତ୍ୟଶିଖା(ନୂଆଦିଲ୍ଲୀ) ୦୩.୦୧.୨୦୨୨ :  ଦେଶରେ ହୁ ହୁ ହୋଇ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟଓମିକ୍ରନ । ଏଥିପାଇଁ ଚିନ୍ତାରେ ସାରା ବିଶ୍ୱ । କରୋନାର ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରୁଥିବାରୁ ଏଥିପାଇଁ ସରକାର ବିଭିନ୍ନ ପ୍ରକାର କଡା ପଦକ୍ଷପ ନେଉଛନ୍ତି । କିନ୍ତୁ ସମସ୍ତ କଟକଣାକୁ ଭେଦ କରି ଓମିକ୍ରନ ମାଡିଚାଲିଛି ।
ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନାର ଏହି ନୂଆ ଭାରିଆଂଟ ଚିହ୍ନଟ ହୋଇ ସାରିଲାଣି  । ଧୀରେଧୀରେ ଓମିକ୍ରନ ଯୋଗୁ ସ୍ଥିତି ବିଗିଡିବାରେ ଲାଗିଛି । ମହାରାଷ୍ଟ୍ରରେ ଓମକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୫୧୦ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୧ରେ ପହଞ୍ଚିଛି ।

ଏହା ସହିତ କେରଳରେ ୧୫୬, ଗୁଜୁରାଟରେ ୧୩୬, ରାଜସ୍ଥାନରେ ୧୨୦, ତେଲେଙ୍ଗାନାରେ ୬୭, ତାମିଲନାଡୁରେ ୧୨୧, କର୍ଣ୍ଣାଟକରେ ୬୪, ମଧ୍ୟପ୍ରଦେଶରେ ୯, ଓଡିଶାରେ ୩୭, ଆନ୍ଧ୍ରପ୍ରଦେଶରେ ୧୭, ପଶ୍ଚିମବଙ୍ଗରେ ୨୦, ହରିଆଣାରେ ୬୩, ଜମ୍ମୁ-କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୮, ଚଣ୍ଡିଗଡରେ ୩, ଆଣ୍ଡାମାନ ନିକୋବର୨, ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଗୋଆରେ ୧, ମଣିପୁରରେ ୧ ଓ ପଞ୍ଜାବରେ ୧ ଓ ଉତ୍ତରାଖଣ୍ଡରେ ୮ଜଣଙ୍କୁ ଚିହ୍ନଟ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୬୩୯ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More
Back to top button