ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ଏବେ ୯୦୦ ମୁହାଁ

ସତ୍ୟଶିଖା(ଭୁବନେଶ୍ୱର) ୦୮.୦୪.୨୦୨୧:  ରାଜ୍ୟରେ ଦୈନିକ ୫୦୦ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତକାଲି ଏହା ୮୦୦ ପାଖାପାଖି ପହଞ୍ଚି ଯାଇଥିଲା। ହେଲେ ଆଜି ଏହା ୯୦୦ ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସମୁଦାୟ ୮୭୯ ପଜିଟିଭ୍ କେସ୍‌ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୩୬୧ଟି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ଗତକାଲି ୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୨, ବରଗଡ଼ରେ ୫୩, ଭଦ୍ରକରେ ୧୭, ବଲାଙ୍ଗିରରେ ୨୬, ବୌଦ୍ଧରେ ଜଣେ, କଟକରେ ୫୦, ଦେବଗଡ଼ରେ ଜଣେ, ଗଜପତିରେ ଜଣେ, ଗଞ୍ଜାମରେ ୩୧, ଜଗତସିଂହପୁରରେ ୨, ଯାଜପୁରରେ ୧୫, ଝାରସୁଗୁଡ଼ାରେ ୨୩, କଳାହାଣ୍ଡିରେ ୪୩, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୨୫, କୋରାପୁଟରେ ୫, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୧୯, ନୟାଗଡ଼ରେ ୬, ନୂଆପଡ଼ାରେ ୬୧, ପୁରୀରେ ୪୫, ରାୟଗଡ଼ାରେ ୧୩, ସମ୍ବଲପୁରରେ ୪୮ ଓ ସୋନପୁରରେ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି।

Show More
Back to top button