ଭୁବନେଶ୍ୱରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା

ସତ୍ୟଶିଖା(ଭୁବନେଶ୍ୱର) ୨୧.୦୬.୨୦୨୧: ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ 287 ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା 287 ଙ୍କ ମଧ୍ୟରୁ 255 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ 32 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାର 287 ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ 1854 ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 86,682 ରେ ପହଁଚିଛି । ଏହା ସହିତ ଶେଷ ୨୪ଘଣ୍ଟାରେ 537 ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ 84,418 ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଦୂଇ ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ 402 ରେ ମୃତ ତାଲିକା ରହିଛି।

Exit mobile version