ଦେଶରେ 50 ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ସତ୍ୟଶିଖା(ନୂଆଦିଲ୍ଲୀ) ୨୬.୦୬.୨୦୨୧: ଦେଶରେ 50 ହଜାର ତଳକୁ ଖସିଲା ସଂକ୍ରମଣ । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 48 ହଜାର 698 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 1,183 ଜଣଙ୍କ ମୃତ୍ୟୁ ହୋଇଛି । 64 ହଜାର 818ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 1 ଲକ୍ଷ 83 ହଜାର 143କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା 3ଲକ୍ଷ 94 ହଜାର 493 ଛୁଇଁଥିବା ବେଳେ 5 ଲକ୍ଷ 95 ହଜାର 565 ସକ୍ରିୟ ମାମଲା ରହିଛି । 2 କୋଟି 91 ଲକ୍ଷ 93 ହଜାର 85 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Exit mobile version