

ସତ୍ୟଶିଖା ୨୯/୦୧/୨୦୧୧ : କ୍ରାଇମବ୍ରାଞ୍ଚରେ ଏତଲା ହେବାର ମାତ୍ର ୨ ଦିନ ବ୍ୟବଧାନରେ ସାଇବର୍ନ ଅପରାଧୀଙ୍କ ଠାରୁ ଲୁଟ୍ ଟଙ୍କା ଫେରସ୍ତ ଆସିଛି । ଲୁଟର ଶିକାର ହୋଇଥିବା ମଙ୍ଗଳାବାଗର ଜଣେ ସାନିଟାରି ସାମଗ୍ରୀ ବ୍ୟବସାୟୀ ନିଜ ଲୁଟ୍ ଟଙ୍କା ଫେରିପାଇଛନ୍ତି । ମୋଟ ୧ ଲକ୍ଷ ୯୪ ହଜାର ଟଙ୍କାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରିପାଇଛନ୍ତି । କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ସାଇବର୍ର ଅପରାଧୀଙ୍କୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଠାବ କରିନଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମଙ୍ଗଳାବାଗ ଅଞ୍ଚଳରେ ସାନିଟାରୀ ଦୋକାନ ଦେଇଥିବା ନୂଆବଜାର ଅଞ୍ଚଳର ବିଷ୍ଣୁପ୍ରସାଦ ଲେଙ୍କାଙ୍କ ମୋବାଇଲକୁ ଗଲା ୨୨ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଏକ ଫୋନ୍ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହେଉଥିବା ବେଳେ ନିଜକୁ ଜିଓ କଷ୍ଟମର କେୟାର କର୍ମଚାରୀ ପରିଚୟ ଦେଇଥିଲା । ବିଷ୍ଣୁପ୍ରସାଦଙ୍କ ଜିଓ ନମ୍ବରରେ କାଗଜପତ୍ର ଜମା ହୋଇନଥିବାରୁ ୨୪ ଘଣ୍ଟା ମଧ୍ୟରେ ସ˚ଯୋଗ ବିଚ୍ଛିନ୍ନ କରି ଦିଆଯିବ ବୋଲି କହିଥିଲେ । ତେଣୁ ତୁରନ୍ତ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା । ଏହା ସହିତ ମୋବାଇଲରେ ୧୦ ଟଙ୍କା ଆକ୍ଟିଭେସନ୍ ବାବଦ ରିଚାର୍ଜ କରିବାକୁ କୁହାଯାଇଥିଲା ।
ବିଷ୍ଣୁପ୍ରସାଦ ରିଚାର୍ଜ ସମୟରେ ତାଙ୍କ ଫୋନରେ ଟିମ୍ ଭିଉଅରେ ଆପ୍ଲିକେସନ୍ ଡାଉନଲୋଡ କରିବାକୁ ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଥିଲା । ବିଷ୍ଣୁପ୍ରସାଦ ଆପ୍ଲିକେସନ୍ ଡାଉନଲୋଡ୍ କରିବା ମାତ୍ରକେ ତାଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ନିଜ ଅକ୍ତିଆରକୁ ନେଇଯାଇଥିଲା ସମ୍ପୃକ୍ତ ଦୁର୍ବୃତ୍ତ । ଯେତେବେଳେ ବିଷ୍ଣୁପ୍ରସାଦ ମୋବାଇଲରେ ରିଚାର୍ଜ ସମୟରେ ଏଟିଏମ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଟାଇପ୍ କରିଥିଲେ ସେହି ତଥ୍ୟ ଆପ୍ଲିକେସନ୍ ମାଧ୍ୟମରେ ଚୋରି କରିନେଇଥିଲା ଜିଓ କର୍ମଚାରୀ ପରିଚୟରେ ଫୋନ୍ କରିଥିବା ସାଇବର୍ୟ ଅପରାଧୀ । ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଫ୍ଲିପକାର୍ଟରେ ସପି˚ ବାବଦରେ ୧ ଲକ୍ଷ ୪୬ ହଜାର ଏବ˚ ପେୟୁ ନାଁରେ ୪୮ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା ।
ଏ ସ˚କ୍ରାନ୍ତରେ ବିଷ୍ଣୁପ୍ରସାଦ ଜାଣିବା ପରେ ଆଇସିଆସିଆଇ ବ୍ୟାଙ୍କ କଲେଜ ଛକ ଶାଖାରେ ଅଭିଯୋଗ କରିଥିଲେ । ଏହାସହିତ କାର୍ଡ ବ୍ଲକ କରି ବ୍ୟାଙ୍କର ପରାମର୍ଶ କ୍ରମେ ସେ କ୍ରାଇମବ୍ରାଞ୍ଚରେ ସେଦିନ ଏତଲା ଦେଇଥିଲେ । ମାତ୍ର ୨ ଦିନ ବ୍ୟବଧାନରେ ୨୪ ତାରିଖରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରି ଆସିଛି । କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରି ଟଙ୍କା ଫେରସ୍ତ କରିବାରେ ସକ୍ଷମ ହୋଇପାରିଛି । ଅନ୍ୟପଟେ ଆହୁରି ୧୮ ହଜାର ଟଙ୍କା ଆସିନଥିବା ସୂଚନା ଦେଇଛନ୍ତି ବିଷ୍ଣୁପ୍ରସାଦ ।