ପୁଣି ୨ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧:  ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ସୋମବାର ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୨ ହଜାର ତଳେ ରହିଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ଏହା ୨ ହଜାର ଉପରେ ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୮୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୮୭ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୫୬ ଜଣଙ୍କ ସମ୍ପର୍କରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୮ ଜଣ ଥିବା ବେଳେ କଟକରୁ ୨୧୦, ଭଦ୍ରକରୁ ୧୭୩, ଯାଜପୁରରୁ ୧୩୨, ବାଲେଶ୍ୱରରୁ ୧୧୩, ଜଗତସିଂହପୁରରୁ ୧୦୮, ପୁରୀରୁ ୧୦୬, କେନ୍ଦ୍ରାପଡ଼ାରୁ ୯୪ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୦ ଜଣ ଅଛନ୍ତି।

ସେହିପରି ଅନୁଗୋଳରୁ ୭୩ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୫, ବଲାଙ୍ଗିରରୁ ୭, ବୌଦ୍ଧରୁ ୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪୧, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୮, କେନ୍ଦୁଝରରୁ ୨୪, କୋରାପୁଟରୁ ୧୬, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୮୪, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୫, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୩୬, ସୋନପୁରରୁ ୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି।

Exit mobile version