ରାଜ୍ୟସ୍ୱାସ୍ଥ୍ୟ

ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, ଓଡ଼ିଶା ସୀମାରେ ଚେକିଂ କଡାକଡି

ସତ୍ୟଶିଖା(ବରଗଡ) ୦୭.୦୪.୨୦୨୧: ଛତିଶଗଡ଼ରେ କରୋନା ସାଂଘାତିକ ରୂପ ନେବାକୁ ଲାଗିଛି । ଫଳରେ ଓଡ଼ିଶା ସୀମାନ୍ତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରାଯାଉଛି । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟିରେ ଚାଲିଛି କଡାକଡି ଯାଞ୍ଚ । ଯା ଆସ କରୁଥିବା ଲୋକଙ୍କୁ ସଚେତନ କରୁଛି ପୋଲିସ ।

ଛତିଶଗଡ଼ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡିଶା ସୀମାନ୍ତରେ ସଚେତନତା କରାଯାଉଛି । ବରଗଡ଼ ଜିଲ୍ଲାର 6ଟି ବ୍ଲକ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ବେଳେ ଏହି ବ୍ଲକ ଅଧୀନରେ 58ଟି ଗ୍ରାମ ରହିଛି,ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ପଟରୁ ଆସୁଥିବା ଯାନବାହନ ତଥା ଲୋକ ମାନଙ୍କୁ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁଙ୍କ ନେତୃତ୍ୱରେ ୫୩ ନମ୍ବର ଜାତୀୟ ରାଜପଥର ଲୁହୁରାଚଟି ଠାରେ ସଚେତନତା କରାଯାଉଛି । ଏପରି ଛତିଶଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ସୀମାନ୍ତରେ ସଜାଗ ରହିଛି ପୋଲିସ ।

Show More
Back to top button