ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୫ .୦୯.୨୦୨୦ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧ରେ ପହଁଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୮୬ ହଜାର ୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ୧୧୪୧ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ୯୨,୨୯୦ ହୋଇଯାଇଛି । ଏହାସହ ୭୭ ହଜାର ୪୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ତେବେ ୬ ଦିନ ପରେ ସଂକ୍ରମିତଙ୍କ ମାମଲା ସୁସ୍ଥ ସୁଖ୍ୟାଠୁ ଅଧିକ ହୋଇଛି । ଗତ ୬ ଦିନରେ ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିଲା । ଏହାସହ ଦେଶରେ ୪୭ ଲକ୍ଷ ୫୬ ହଜାର ୧୬୫ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଏବେବି ୯ ଲକ୍ଷ ୭୦ ହଜାର ୧୧୬ଟି ସକ୍ରିୟ କେସ୍ ରହିଛି ।