ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୩ଶହ ତଳକୁ ଖସିଲା କରୋନା ସଂକ୍ରମଣ

ସତ୍ୟଶିଖା( ଭୁବନେଶ୍ୱର )୨୬.୦୨.୨୦୨୨ : ରାଜ୍ୟରେ କମୁଛି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟର ୨୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମଣ । ୨ଟି ଜିଲ୍ଲା ଅର୍ଥାତ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଆଜି କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୮୬ ପଜିଟିଭ୍ । ଅନୁଗୁଳରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୯, ବରଗଡ ୩, ଭଦ୍ରକ ୪, ବଲାଙ୍ଗିର ୩, ବୌଦ୍ଧ ୧, କଟକ ୩, ଦେବଗଡ଼ ୨, ଢ଼େଙ୍କାନାଳ ୧, ଗଜପତିରୁ ୨୫ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୦, ଜଗତସିଂହପୁର ୩, ଯାଜପୁର ୧୮, ଝାରସୁଗୁଡା ୧୩, କଳାହାଣ୍ଡି ୨, କେନ୍ଦ୍ରାପଡା ୧୧, କେନ୍ଦୁଝରରେ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More
Back to top button