ଦୀପାବଳିରେ ୭୮୬ ସିରିଜ୍ ନମ୍ବର୍ ଥିବା ନୋଟ୍ ଆପଣଙ୍କୁ କରିଦେବ ମାଲାମାଲ୍

ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ଯଦି ଆପଣଙ୍କୁ ପୁରୁଣା ନୋଟ ଓ ମୁଦ୍ରା ସଂଗ୍ରହ କରିବାର ସଉକ ରହିଛି ତାହେଲେ ଆପଣ ବି ସହଜରେ ଲକ୍ଷପତି ହୋଇପାରିବେ । ଚଳିତ ବର୍ଷ ଦୀପାବଳିରେ ପୁରୁଣା ନୋଟ୍ ଓ ମୁଦ୍ରା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଯାଇପାରେ । ଶୀଘ୍ର ୭୮୬ ସିରିଜ୍ ନୋଟ୍ ଖୋଜିବା ଆରମ୍ଭ କରିଦିଅନ୍ତୁ । ଯଦି ଆପଣଙ୍କ ପାଖରେ ଏହି ସିରିଜର ନୋଟ୍ ଅଛି ତାହେଲେ ଆପଣ ବି ଲକ୍ଷପତି ହୋଇପାରିବେ । ଏଥିପାଇଁ ଆପଣଙ୍କୁ ଇ-ୱେ ୱେବସାଇଟକୁ ଯାଇ ନୋଟର ଇ-ବୋଲି ଲଗାଇ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ କେଉଁ କେଉଁ ନୋଟ ଆବଶ୍ୟକ ଜାଣନ୍ତୁ :
ଭାରତୀୟ ନୋଟର ବିରଳ ନୋଟର ବୋଲି ଇ-ୱେ ସାଇଟରେ ଲାଗେ । ଏହି ସାଇଟ୍ ସବୁବେଳେ ନୋଟ ନିଲାମ କରେ । ଏଥିରେ ଯେକୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ । ୭୮୬ ସିରିଜ ନୋଟରେ ଆପଣ ୩ ଲକ୍ଷ ଟଙ୍କା ଯାଏଁ ବୋଲି ଲଗାଇ ପାରିବେ ।ଯଦି ଆପଣଙ୍କ ପାଖରେ ଟଙ୍କିକିଆ ନୋଟ ଅଛି ଯାହାକୁ ୧୯୧୭ ମସିହାରେ ଛପା ଯାଇଥିଲା, ସେହି ନୋଟର ମୂଲ୍ୟ ୧୦ ହଜାର ୨୫୦ ଟଙ୍କା । ସେହିଭଳି ୧୦ ଟଙ୍କିଆ ପୁରୁଣା ନୋଟ ଯାହା ୧୯୫୧ ମସିହାରେ ଛପା ଯାଇଥିଲା ତାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା । ବହୁତ ପୁରୁଣା ହୋଇଥିବାରୁ ଏହାକୁ ବିରଳ ନୋଟ ବୋଲି କୁହାଯାଏ ।
ଯଦି ଆପଣଙ୍କ ପାଖରେ ବୈଷ୍ଣୋ ଦେବୀଙ୍କ ଚିତ୍ର ଥିବା ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ଅଛି ତାହେଲେ ମଧ୍ୟ ଆପଣ ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା । ମା’ଙ୍କ ଫଟୋ ଥିବାରୁ ଲୋକେ ଏହାକୁ ଲକି ବୋଲି ବିଶ୍ୱାସ କରନ୍ତି । ସେଥିପାଇଁ ଲୋକେ ଏହିସବୁ ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଯାଇଥାନ୍ତି ।