ସତ୍ୟଶିଖା(ଭୁବନେଶ୍ୱର ) ୧୯.୦୮ .୨୦୨୧: ଲୋକଙ୍କୁ ଲାଗିଥାଏ ଯେ ଶୁଙ୍ଘିବା ଏବଂ ନିଃଶ୍ବାସ ନେବା ବ୍ୟତୀତ ନାକର ଆଉ କୌଣସି କାମ ନାହିଁ,ଯାହା ଭୁଲ୍। ନାକ ଆପଣଙ୍କ ହେଲଥ ଇଣ୍ଡିକେଟର ମଧ୍ୟ ହୋଇପାରେ। ନାକର ମାଂସପେଶୀ ଏବଂ ଟିସୁ ବହୁତ ସମ୍ବେଦନଶୀଳ ହୋଇଥାଏ,ଯାହା ସ୍ବାସ୍ଥ୍ୟ ବିଷୟରେ ଅନେକ କିଛି କହିଥାଏ। ଆସନ୍ତୁ ଜାଣିବା ନାକରେ ହେଉଥିବା ୫ଟି ପରିବର୍ତ୍ତନ ବିଷୟରେ ଯାହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।
୧.ନାକରୁ ରକ୍ତ ବାହାରିବା : ନାକରୁ ହଠାତ୍ ରକ୍ତ ବାହାରିବା ଡ୍ରାଇ ସାଇନସର ସଙ୍କେତ ହୋଇପାରେ। ଖରା ଦିନରେ ସାଧାରଣତଃ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହା ସହ ଗରମ ଏବଂ ଅତ୍ୟଧିକ ଖଟା ଜିନିଷ ଖାଇବା ଦ୍ବାରା ନାକର ଶିରା ଫାଟି ଯାଇଥାଏ। ଯାହା ଫଳରେ ନାକରୁ ରକ୍ତ ବାହାରିଥାଏ। ଏହା ବ୍ୟତୀତ ନାକରୁ ରକ୍ତ ବାହାରିବା ଉଚ୍ଚ ରକ୍ତଚାପ,ହେମୋଫିଲିଆ,ଆଲର୍ଜିର ସଙ୍କେତ ହୋଇପାରେ। ଯଦି ୩୦ମିନିଟ୍ ଯାଏଁ ରକ୍ତ ବାହାରିବା ବନ୍ଦ ନ ହୁଏ ତେବେ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।
୨. ନାକ ଲାଲ ହେବା : ବିନା କୌଣସି କାରଣରେ ନାକ ଲାଲ ହେବା ଅତ୍ୟଧିକ ଥଣ୍ଡା,ଜ୍ବର ଏବଂ ଆଲର୍ଜି ବ୍ୟତୀତ ରାଇନୋଫାୟମା,ରୋଜେସିୟା ଆଦି ରୋଗର ମଧ୍ୟ ସଙ୍କେତ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ୍।
୩. ଶୁଙ୍ଘିଲେ ଗନ୍ଧ ଜାଣି ନ ପାରିବା : ଆଜିକାଲି କରୋନା ରୋଗୀଙ୍କଠାରେ ମଧ୍ୟ ଶୁଙ୍ଘିବାର କ୍ଷମତା ଦୁର୍ବଳ ହେବାର ଲକ୍ଷଣ ଦେଖାଯାଉଛି। ଏହା ଥଣ୍ଡା ଏବଂ ଡାଇବେଟିସର ମଧ୍ୟ ଲକ୍ଷଣ। ଉଚ୍ଚ ରକ୍ତଚାପ ଶୁଙ୍ଘିବାର ତନ୍ତ୍ରିକାକୁ ନଷ୍ଟ କରି ଦେଇଥାଏ। ଏହା ବ୍ୟତୀତ ଏହାର କାରଣ ନ୍ୟୁରୋ-ଡିଜେନେରେଟିଭ ରୋଗ ଯେପରିକି-ଅଲଜାଇମର ଏବଂ ପାର୍କିନସନ,ନାଜାଲ୍ ପଲିପ୍ସ ମଧ୍ୟ ହୋଇପାରେ।
୪. ବିନା କୌଣସି କାରଣରେ ଗନ୍ଧ ହେବା : କାଳ୍ପନିକ ଗନ୍ଧ ହେବାକୁ ଫ୍ୟାଣ୍ଟମ୍ ସ୍ମେଲ୍ କୁହନ୍ତି। ଅର୍ଥାତ୍,ଏପରି ଜିନିଷର ଗନ୍ଧ ହେବା ଯାହା ଆଖପାଖରେ ହେଉ ନଥିବ। ଏପରି ହେବା ସାଇନସ୍ ଇନଫେକ୍ସନ୍ କିମ୍ବା ମସ୍ତିଷ୍କ ସହ ଜଡ଼ିତ କୌଣସି ନ୍ୟୁରୋ-ଡିଜେନେରେଟିଭ ରୋଗର ସଙ୍କେତ ହୋଇପାରେ।
୫. କଫର ରଙ୍ଗ କହିଥାଏ ସ୍ବାସ୍ଥ୍ୟାବସ୍ଥା : ହଳଦିଆ କିମ୍ବା ସବୁଜ କଫ ଭାଇରାଲ୍ କିମ୍ବା ବ୍ୟାକ୍ଟେରିଆଲ୍ ସଂକ୍ରମଣର ସଙ୍କେତ ହୋଇପାରେ।
ଧୂସର କଫ ବାୟୁ ପ୍ରଦୂଷଣ ବ୍ୟତୀତ ରକ୍ତ ଶୁଖି ଯିବାର ସଙ୍କେତ ହୋଇଥାଏ। ଅତ୍ୟଧିକ ତମାଖୁ ଖାଇବା ଦ୍ବାରା ଲୋକଙ୍କର ଧୂସର କଫ ବାହାରିଥାଏ।
କଳା କଫ : କଳା କଫ ଶ୍ବାସ ତନ୍ତ୍ରରେ ଫଙ୍ଗଲ୍ ଇନଫେକ୍ସନର ସଙ୍କେତ ହୋଇଥାଏ।
ନାକ ଆପଣଙ୍କ ହେଲଥ ଇଣ୍ଡିକେଟର ମଧ୍ୟ ହୋଇପାରେ !
