ନ୍ୟୁଜ୍ରାଜ୍ୟଶିକ୍ଷା

ନିଟ୍‌ ପିଜି ପରୀକ୍ଷା ୬ରୁ ୮ ସପ୍ତାହ ସ୍ଥଗିତ

ସତ୍ୟଶିଖା(ନୂଆଦିଲ୍ଲୀ )୦୫.୦୨.୨୦୨୨ :  ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା (ନିଟ୍-ପିଜି) ୨୦୨୨କୁ ୬ରୁ ୮ସପ୍ତାହ ଲାଗି ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ରଖିବା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡିଲେ ପରୀକ୍ଷାକୁ ଆହୁରି ଅଧିକ ଦିନ ସ୍ଥଗିତ ରଖାଯିବ। ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ନିଟ-ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ସର୍ବୋଚ୍ଚ ନ୍ୟାୟାଳୟର ଦାୟର ଏକ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରାଯିବ। ଜାନୁଆରୀ ୨୫ରେ ଏହି ଆବେଦନ ଦାୟର କରାଯାଇଥିଲା। ୬ଜଣ ଏମବିବିଏସ୍‌ ଛାତ୍ର ଦାୟର କରିଥିବା ମାମଲାରେ ଅଭିଯୋଗ କରିଛନ୍ତି ଯେ ଅନେକ ଆବଶ୍ୟକତା ଯେପରି କି ବାଧ୍ୟତାମୂଳକ ଇଣ୍ଟର୍ଣ୍ଣସିପ୍ ମାନଦଣ୍ଡ ପୂରଣ କରି ନଥିବା ଅନେକ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦେବା ଲାଗି ଅନୁମତି ମିଳିଛି।

Show More
Back to top button