ନ୍ୟୁଜ୍

ଖସୁଛି ରାତି ତାପମାତ୍ରା

ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ :ରାଜ୍ୟରେ ପଡ଼ିଲାଣି ହାଲୁକା ଶୀତ । ବିଭିନ୍ନ ସ୍ଥାନର ଖସୁଛି ରାତିର ତାପମାତ୍ରା । ଶୀତର ହାଲ୍‌କା ସ୍ପର୍ଶର ମଜା ନେଉଛନ୍ତି ରାଜ୍ୟବାସୀ । କୋରାପୁଟରେ ସର୍ବନିମ୍ନ ୧୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବାବେଳେ ସେହିଭଳି ଦାରିଙ୍ଗବାଡ଼ିରେ ୧୬ ଡିଗ୍ରି, ଫୁଲବାଣୀରେ ୧୬.୫ ଡିଗ୍ରି, ନବରଙ୍ଗପୁରରେ ୧୭.୪ ଡିଗ୍ରି, ସୁନ୍ଦରଗଡ଼ରେ ୧୮ ଡିଗ୍ରି, ରାଉରକେଲାରେ ୧୮.୨ ଡିଗ୍ରି, ଅନୁଗୁଳରେ ୧୮.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୧୮.୮ ଡିଗ୍ରି ସର୍ବନିମ୍ନ ରାତି ତାପମାତ୍ରା ଅନୁଭୂତ ହୋଇଛି ।

ଆସନ୍ତା ୪ ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ । ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ  ଆଶିଂକ ମେଘୁଆ ରହିବ।

Show More
Back to top button