

ସତ୍ୟଶିଖା(ଭୁବନେଶ୍ୱର )୧୨.୧୦ .୨୦୨୧: ଓଡ଼ିଶାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି । ରାଜ୍ୟରେ ପ୍ରାୟ ୫ହଜାରରୁ କମ୍ ସଂଖ୍ୟାକ ସକ୍ରିୟ ରୋଗୀ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ୟଲୋ ଜୋନ୍ରେ ରହିଛି । ଏପରି ସମୟରେ ଓଡ଼ିଶାର ପଜିଟିଭିଟ୍ ରେଟ୍ ଶୂନ୍ୟ ପ୍ରତିଶତରୁ କମ ରହିଛି । ରାଜ୍ୟବାସୀ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ରାଜ୍ୟ ସରକାରଙ୍କ କଠିନ୍ ପରିଶ୍ରମ ଓ ଦକ୍ଷ ନେତୃତ୍ୱ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ବିଶିଷ୍ଠ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍ ପ୍ରଫେସର ମନୋଜ ସାହୁ ମତବ୍ୟକ୍ତ କରିଛନ୍ତି । ପ୍ରଫେସର ସାହୁ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ସିନା କରୋନ ନିୟନ୍ତ୍ରଣ ଭିତରେ ରହିଛି । କିନ୍ତୁ ବିଶ୍ୱରେ ତଥା ଦେଶରେ ବର୍ତ୍ତମାନ ବି ସକ୍ରିୟ ଅଛନ୍ତି । ଆମ ଦେଶରେ ୨.୩ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି ।
ତଥାପି ୯ ରାଜ୍ୟର ୩୪ ଜିଲ୍ଲାର ପଜିଟିଭ୍ ହାର ୧୦%ରୂ ଅଧିକା ରହିଛି । ଏହାବ୍ୟତୀତ ୧୨ ରାଜ୍ୟର ୨୮ଜିଲ୍ଲାର ପଜିଟିଭି ହାର ୫-୧୦% ମଧ୍ୟରେ ରହିଛି । ଆମ ଦେଶର ୬୨ ଜିଲ୍ଲାର କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି । ଆଗାମୀ ତିନି ମାସ ହେଉଛି ଭାରତରେ ଉତ୍ସବ ଋତୁ । କରୋନ ବିରୋଧରେ ଚିକିତ୍ସା ଲାଗି ସେଭଳି କୌଣସି ଉପଯୁକ୍ତ ଔଷଧ ନାହିଁ । କୋଭିଡ୍ ଟିକା ବି ଶତ ପ୍ରତିଶତ ପ୍ରଭାଭଶାଳୀ ନୁହେଁ । ଏପରି ସମୟରେ ଜନସାଧାରଣଙ୍କ ପାଇଁ ଦୁଇଟି ଦିଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଜନସାଧାରଣ ଭିଡ଼ରୁ ଦୂରେଇ ରହିବା ଓ ଆବଶ୍ୟକ ସମୟରେ ମାସ୍କ ବ୍ୟବହାର କରିବା । ଏହାବ୍ୟତୀତ କୋଭିଡ୍ ଗାଇଡଲାଇନ୍ ପାଳନ କରନ୍ତୁ । ନଚେତ୍ ଆମେ ପୁନଃର୍ବାର ବହୁତ ଅସୁବିଧାରେ ପଡ଼ିବା ନିଶ୍ଚିତ । ଯଦି ଓଡ଼ିଶାର ସମସ୍ତେ ଆଗାମୀ ତିନିମାସକୁ ଗମ୍ଭୀରତାର ସହ ଗ୍ରହଣ କରିବେ, ତାହେଲେ ଆମେ ନିଶ୍ଚିତ ଭାବରେ କୋଭିଡ୍କୁ ପରାଜୟ କରିପାରିବା ବୋଲି ପ୍ରଫେସର ସାହୁ କହିଛନ୍ତି ।