୧୯୯୧ ସଙ୍କଟ ଅପେକ୍ଷା ଆଗାମୀ ରାସ୍ତା ଅଧିକ ଭୟଙ୍କର: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ସତ୍ୟଶିଖା(ନୂଆଦିଲ୍ଲୀ) ୨୪.୦୭.୨୦୨୧:  ୧୯୯୧ ମସିହା ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପ୍ରପୀଡ଼ିତ ରାଷ୍ଟ୍ର ପାଇଁ ଏବେକାର ଅର୍ଥନୈତିକ ଅବସ୍ଥା ଓ ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ କହିଛନ୍ତି। ସେ ଦେଶର ଅର୍ଥମନ୍ତ୍ରୀ ଥିବାବେଳେ ୩୦ ବର୍ଷ ପୂର୍ବେ ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଐତିହାସିକ ସଂସ୍କାରକୁ ମନେ ପକାଇ ଏହା କହିଛନ୍ତି।

ସେ କହିଛନ୍ତି, ଗତ ତିନି ଦଶନ୍ଧି ମଧ୍ୟରେ ଆମ ଦେଶରେ ହୋଇଥିବା ବିପୁଳ ଅର୍ଥନୈତିକ ପ୍ରଗତିକୁ ଦେଖିଲେ ଯଦିଓ ଖୁସି ଲାଗେ କିନ୍ତୁ କୋଭିଡ -୧୯ ମହାମାରୀ ଯୋଗୁଁ ଘଟିଥିବା ବିନାଶ ଏବଂ ଲକ୍ଷ ଲକ୍ଷ ସାଥୀ ଭାରତୀୟଙ୍କ ମୃତ୍ୟୁରେ ମୁଁ ଗଭୀର ଦୁ ଦୁଃଖିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ପଛରେ ପଡିଛି ଏବଂ ଆମର ଆର୍ଥିକ ପ୍ରଗତି ସହିତ ଗତି କରୁନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଅତ୍ୟଧିକ ଜୀବନ ଏବଂ ଜୀବିକାହରାଇଛେ ଯାହା ହେବା ଉଚିତ ନୁହେଁ। ଏହା ଆନନ୍ଦର ସମୟ ନୁହେଁ ବରଂ ଚିନ୍ତା କରିବାର ସମୟ। ୧୯୯୧ ସଙ୍କଟ ଅପେକ୍ଷା ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି ସେ କହିଛନ୍ତି।

RELATED POSTS
Exit mobile version