ସତ୍ୟଶିଖା :୨୫/୦୬/୨୦୨୫: ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ ।୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସକାଳ ୮ଟାରୁ ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ କରାଯିବାକୁ ଥିବାବେଳେ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି । ସେହିପରି ସକାଳ ୯ଟାରୁ ୧0 ଟା ୩୦ ପର୍ଯ୍ୟନ୍ତପ୍ରାୟ ଦେଢ଼ଘଣ୍ଟା ଧରି ଭକ୍ତମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଛି । ନବଯୌବନ ଦର୍ଶନ ପାଇଁ ଜିଲ୍ଲା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ତିନିରଥର ନିର୍ମାଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଅଣସର ଗୃହରେ ଥିବା ଚତୁର୍ଦ୍ଧାବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଗତକାଲି ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପାଦିତ କରିଥିଲେ । ହେଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ଏହି ବନକଲାଗି ନୀତି କରିଥାନ୍ତି ଦତ୍ତମହାପାତ୍ର ସେବାୟତ। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।