ସତ୍ୟଶିକ୍ଷା ୨୬.୦୯.୨୦୨୦ : ନୋଭେଲ କରୋନା ଭୂତାଣୁର ମୁକାବିଲା ପାଇଁ ବୈଜ୍ଞାନିକମାନେ ଅଧିକ ଫଳପ୍ରଦ ଆଂଟିବଡି ଚିହ୍ନଟ କରିଛନ୍ତି । ବୈଜ୍ଞାନିକମାନଙ୍କ ମତରେ କୋଭିଡ୍-୧୯ ପାଇଁ ଏହି ଆଂଟିବଡି ପ୍ୟାସିଭ୍ ଭ୍ୟାକ୍ସିନ୍ ବା ନିଷ୍କ୍ରିୟ ଟିକା ବିକାଶରେ ସହାୟକ ହେବ । ଆକ୍ଟିଭ୍ ଭ୍ୟାକ୍ସିନେସନ୍ ଅପେକ୍ଷା ପ୍ୟାସିଭ୍ ଭ୍ୟାକ୍ସିନେସନ୍ ଅଧିକ ଫଳପ୍ରଦ ହେବ ଏବଂ ଏହା ତୁରନ୍ତ କାମ କରିବ । ଆକ୍ଟିଭ୍ ଭ୍ୟାକ୍ସିନେସନ୍ ବା ସକ୍ରିୟ ଟିକାକରଣ ହେଉଛି ମଣିଷ ଶରୀର ଭିତରେ ରୋଗ ବିରୋଧରେ ଲଢ଼େଇ ପାଇଁ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିଥାଏ । ଯେଉଁଥିପାଇଁ ସକ୍ରିୟ ଟିକାକରଣ କାମ କରିବାକୁ ସମୟ ନେଇଥାଏ ।
ସାମ୍ନାକୁ ଆସିଲା କରୋନା ଟିକାର ନୂଆ କୌଶଳ : ନୂଆ ଆଂଟିବଡ଼ି ଚିହ୍ନଟ କଲେ ଜର୍ମାନୀ ବୈଜ୍ଞାନିକ l
