
ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୧୨/୨୦୨୦ : ନିସାନ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ତାହାର ସମସ୍ତ ଡିଲରସିପ୍ ଓ ୱେବସାଇଟରେ ନୂଆ ନିଶାନ ମ୍ୟାଗ୍ନାଇଟ ମୂଲ୍ୟ ଘୋଷଣା କରାଯିବା ସହିତ ତାହାର ବୁକିଂ ଆରମ୍ଭ ହୋଇଛି । ଏହି ବୃହତ, ନିର୍ଭିୀକ, ସୁନ୍ଦର ଏବଂ ଆକର୍ଷଣୀୟ ଏସୟୁଭି ଚଳିତ ମାସ ୩୧ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏକ୍ସ ସୋ ରୁମ୍ ମୂଲ୍ୟ ୪,୯୯,୦୦୦ରେ ଉପଲବ୍ଧ ହେଉଛି । ଏ ସମ୍ପର୍କରେ ନିଶାନ ମୋଟର ଇଣ୍ଡିଆର ଅଧ୍ୟକ୍ଷ ସିନାନ୍ ଓଜ୍କକ କହିଛନ୍ତି, ଅଲ୍ ନ୍ୟୁ ନିସାନ ମ୍ୟାଗ୍ନାଇଟ ଉଭୟ ଭାରତ ଓ ଆନ୍ତର୍ଜାତୀୟ ବଜାର ପାଇଁ ନିସାନ୍ ନେକ୍ସଟ ରଣନୀତି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
‘ମେକ୍ ଇନ ଇଣ୍ଡିଆ, ମେକ୍ ଫର ୱାର୍ଲଡ’ ଦର୍ଶନ ଉପରେ ନିର୍ମିତ ଅଲ୍ ନ୍ୟୁ ନିସାନ ମ୍ୟାଗ୍ନାଇଟ ୨୦ରୁ ଅଧିକ ଫାଷ୍ଟ ଇନ କ୍ଲାସ ଏବଂ ବେଷ୍ଟ ଇନ୍ ସେଗମେଣ୍ଟ ଫିଚର ସହିତ ଆସୁଛି, ଯାହା ଗ୍ରାହକଙ୍କୁ ଏକ ଭିନ୍ନ, ଅଭିନବ ଏବଂ ପହଞ୍ଚଯୋଗ୍ୟ ମାଲିକାନା ଅନୁଭୂତି ପ୍ରଦାନ କରିବ ।






