ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୧/୨୦୨୦ : ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ । ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ପୂର୍ବରୁ କମ୍ପାନି ଗୁଡ଼ିକ ପାଇଁ ଏହି ସୀମା ୧୦ ପ୍ରତିଶତରେ ଧାର୍ଯ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ନେଇ କମ୍ପାନି ଗୁଡ଼ିକ ଚିନ୍ତିତ ଥିଲେ । ଏତେ କମ୍ ମୂଲ୍ୟରେ ଉକ୍ତ ସେବା ଯୋଗାଇବା ସମ୍ଭବପର ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ । କିନ୍ତୁ ଏବେ ଏହି ସୀମାକୁ ୨୦ ପ୍ରତିଶତରେ ଧାର୍ଯ୍ୟ କରାଯାଇଥିବାରୁ ଓଲା, ଉବର ଭଳି କମ୍ପାନି ଗୁଡ଼ିକର ରାଜସ୍ୱ ସେତେଟା ପ୍ରଭାବିତ ହେବ ନାହିଁ ।
ନୂଆ ନିୟମ ଓଲା, ଉବର ଭଳି ସଂସ୍ଥା ପାଇଁ
