ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୨/୨୦୨୦ : ଗୁରୁବାର ସେୟାର ବଜାରରେ ଉତ୍ସାହ ଦେଖାଯାଇଛି । କରୋନା ମହାମାରୀରେ ଦୁର୍ବିଶହ ହୋଇଯାଇଥିବା ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥାରେ ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ଗୁରୁବାର ସେନସେକ୍ସ୍ ୧୦୮ ଅଙ୍କ ବୃଦ୍ଧି ପାଇ ୪୬,୭୭୪ ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧ ଅଙ୍କ ସହିତ ୧୩,୭୧୩.୫୫ରେ ଖୋଲିଥିଲା । କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୮୨୫.୭୪ରେ ପହଞ୍ଚିଥିଲା ଯାହାକି ଏପର୍ଯ୍ୟନ୍ତ ଐତିହାସିକ ସ୍ତର । ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୭୩୦.୭୫ ପର୍ଯ୍ୟନ୍ତ ଛୁଇଁଥିଲା ।
ଏହା ପୂର୍ବରୁ ବୁଧବାର ସେନସେକ୍ସ୍ ଏବଂ ନିଫ୍ଟି ରେକର୍ଡ ସ୍ତରରେ ଆରମ୍ଭ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ବୁଧବାର ସେନସେକ୍ସ୍ ୪୦୩.୨୯ ଅଙ୍କ ବୃଦ୍ଧି ପାଇ ୪୬,୬୬୬.୪୬ ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୧୪.୮୫ ଅଙ୍କ ସହିତ ୧୩,୭୦୪.୯୭ରେ ବନ୍ଦ ହୋଇଥିଲା ।