ଆଜିଠୁ ଓମଫେଡ କ୍ଷୀରର ନୂଆ ଦର ଲାଗୁ

ସତ୍ୟଶିଖା( ଭୁବନେଶ୍ୱର)୨୧.୦୪.୨୦୨୨:   ଆଜିଠୁ ଓମଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ୨ ଟଙ୍କା ବଢ଼ିଛି ଓମଫେଡ କ୍ଷୀର । ଓମଫେଡ୍ ଗୋଲ୍ଡ ମୂଲ୍ୟ ୫୦୦ ମିଲି ଲିଟର ପ୍ରତି ୨୪ ଟଙ୍କା, ଓମଫେଡ୍ ପ୍ରିମିୟମ ୫୦୦ ମିଲି ଲିଟର ପ୍ରତି ୨୪ ଟଙ୍କା, ଓମଫେଡ ଟୋନଡ ୫୦୦ ମିଲି ପ୍ରତି ୨୧ ଟଙ୍କା ହୋଇଛି।

ଚାଷୀଙ୍କ ଲାଭ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୁଇ ଟଙ୍କାରୁ ଚାଷୀଙ୍କ ଖାତାକୁ ୧ ଟଙ୍କା ୩୫ ପଇସା ଯିବାକୁ ଥିବା ବେଳେ ୧୦ ପଇସା ସୋସାଇଟିକୁ ଯିବ ଏହା ସହ ଅନ୍ୟ ୫୫ ପଇସା ଟ୍ରାନ୍ସପୋର୍ଟ, ପ୍ୟାକେଜିଂ ଓ ଅନ୍ୟାନ ଖର୍ଚ୍ଚରେ ଲାଗିବ।

Exit mobile version