ସତ୍ୟଶିଖା(ନୂଆଦିଲ୍ଲୀ) ୧୦/୧୨/୨୦୨୦ : ଆଜି ନୂଆ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ଅତିଥୀଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ ।