ନିଯୁକ୍ତିରାଜ୍ୟ

ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟାଗ୍ରୁପ୍

ସତ୍ୟଶିଖା ( ନୂଆଦିଲ୍ଲୀ )୦୧ /୧୦ /୨୦୨୧: ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟା ଗୁପ୍ । ନିଲାମ ଜିତିଲା ଟାଟା ସନ୍ସ । ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ । ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଛି । ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା ।

ଏୟାର ଇଣ୍ଡିଆର ପରିଚାଳନା ଭାରକୁ ନେବା ପାଇଁ ଭାରତ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଥିଲା । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଜାତୀୟ ପରିବହନ ବିନିଯୋଗ ମନ୍ତ୍ରୀଙ୍କ କମିଟି ବୈଠକ ହୋଇଛି ଏବଂ ଏଥିରେ ଟାଟା ଗ୍ରୁପ ବିଡ଼କୁ ଜିତିଥିବା ସୂଚନା ମିଳିଛି ।

Show More
Back to top button