ସତ୍ୟଶିଖା ୧୧/୦୮/୨୦୨୫: ଆୟକର ବିଲ ୨୦୨୫ରେ ବିଭିନ୍ନ ସଂସ୍କାରର ବ୍ୟବସ୍ଥା ହୋଇଥିବା ବେଳେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏହାକୁ ଦୂର କରି ସବୁ ପ୍ରକାରର ପରାମର୍ଶକୁ ସାମିଲ କରି ସଂଶୋଧିତ ତଥା ନୂଆ ରୂପରେ ଆୟକର ବିଲ ଆସିବ। ନୂଆ ବିଧେୟକରେ ସମିତର ପ୍ରସ୍ତାବ ଅନୁସାରେ 285ଟି ସଂଶୋଧନ ସାମିଲ ରହିଛି। ନୂଆ ବିଲ 63 ବର୍ଷ ପୁରୁଣା ଆୟକର ଅଧିନିୟମ-୧୯୬୧ର ସ୍ଥାନ ନେବ।ନୂଆ ଆୟକର ବିଲ-୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏହାପରେ ଏହାକୁ ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ କିମିଟି ନିକଟକୁ ପଠାଯାଇଥିଲା। ସମିତିର ୨୮୫ ପ୍ରସ୍ତାବ ସହିତ ଏକ ରିପୋର୍ଟ ଜୁଲାଇ ମାସରେ ପ୍ରଦାନ କରିଥିଲା।
ଆଜି ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଧେୟକ।
