ନ୍ୟୁଜ୍

ମଣିପୁରର ନୂତନ ରାଜ୍ୟପାଳ ଲା ଗଣେଶନ

ସତ୍ୟଶିଖା ୨୨/୦୮/୨୦୨୧:  ମଣିପୁରର ନୂତନ ରାଜ୍ୟପାଳ ଭାବେ ଲା ଗଣେଶନଙ୍କୁ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ତାମିଲନାଡୁର ଏହି ପୂର୍ବତନ ବିଜେପି ସଭାପତି ରାଜ୍ୟସଭା ସଦସ୍ୟ ମଧ୍ୟ ରହି ସାରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ଭାରତର ଯେ କୌଣସି ସ୍ଥାନରେ ରହି ତୁଲାଇବାକୁ ପ୍ରସ୍ତୁତ ।

Show More
Back to top button