ଠକେଇ ର ନୂଆ ଫଣ୍ଡା


ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ଅନୁଗୁଳ ଜିଲ୍ଲାର ସୌମ୍ୟରଞ୍ଜନ ପ୍ରଧାନ ଓରଫ ଲକି ଓରଫ ସୁଲଗ୍ନା । ନାଁ ଅନେକ କିନ୍ତୁ କାମ ଗୋଟିଏ । ତାହା ହେଲା ଲୋକଙ୍କୁ ଠକିବା । ବିଭିନ୍ନ ଲୋକଙ୍କ କଣ୍ଠସ୍ବରକୁ ନକଲ କରିବାର କଳା ଜାଣିଥିବା ସୁଲଗ୍ନା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅବିକଳ ସ୍ବରରେ କଥା ହୋଇ କଟକର ଏକ ପ୍ରତିଷ୍ଠିତ ହସ୍ପିଟାଲର ମାଲିକଙ୍କ ଠାରୁ ୪୫ ହଜାର ୫୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସୁଲଗ୍ନାକୁ କଟକ ସାଇବର୍ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ
ତା’ ଆକାଉଣ୍ଟ ବ୍ଲକ୍ ହୋଇଯାଇଥିବା ଆଳ ଦେଖାଇ କିଛି ଦିନ ପାଇଁ ସାଧାରଣ ଲୋକଙ୍କ ଆକାଉଣ୍ଟ ଆଣି ସେ ଠକେଇ ଟଙ୍କା ଜମା କରୁଥିଲା । ପରେ ଏହାକୁ ଉଠାଇ ନେଉଥିଲା । ଏହିଭଳି ୫୩ଟି ଆକାଉଣ୍ଟକୁ ପୋଲିସ ଠାବ କରିଛି । କଟକ ସାଇବର ଥାନା ପୋଲିସ କହିବା ମୁତାବକ ଦିଲ୍ଲୀରୁ ସାଇବର ଠକେଇ କଳା ଶିକ୍ଷା କରି ଓଡ଼ିଶା ଫେରି ଥିବା ସୁଲଗ୍ନା କିଛି ମାସ ତଳେ ତୃତୀୟଲିଙ୍ଗୀ ସଂଗଠନର ସଦସ୍ୟଙ୍କ ସହିତ କୃଷିମନ୍ତ୍ରୀଙ୍କ ନିକଟକୁ ଆର୍ଥିକ ଅନୁଦାନ ପାଇଁ ଯାଇଥିଲା ।
ସେଠାରେ ସେ କୃଷିମନ୍ତ୍ରୀଙ୍କ କଥା କହିବାର ଶୈଳୀ ଅନୁଧ୍ୟାନ କରିଥିଲା । ସେହି ଆଧାରରେ ସ୍ବର କରି ହସପିଟାଲ୍, ରେଷ୍ଟୁରାଣ୍ଟ ମାଲିକଙ୍କୁ ଫୋନ୍ କରି ଟଙ୍କା ଠକେଇ କରିଥିଲା । କିନ୍ନର ଜଣକ କଟକ ଭୁବନେଶ୍ବର ଅଞ୍ଚଳରୁ ପାଖାପାଖି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଆଗକୁ କିନ୍ନର ନାଁରେ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ତା’ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍, ଦୁଇଟି ବେନାମୀ ସିମକାର୍ଡ, ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୬ ହଜାର ୫୦୦ ଟଙ୍କା ଜବତ ହୋଇଛି ।