ସତ୍ୟଶିଖା ୨୮/୧୨/୨୦୨୦ : ନୂଆବର୍ଷ ଆସି ଅତି ନିକଟରେ ପହଞ୍ଚିଲାଣି । ବିଶ୍ୱବାସୀ ‘ଜିରୋ ଆୱାର’ ମନାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବ୍ରିଟେନ୍ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ୱବାସୀଙ୍କ ନିଦ ହଜାଇ ଦେଲାଣି । ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ୱର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି । ବ୍ରିଟେନ୍ ପକ୍ଷରୁ ନୂଆ କରୋନା ଭୂତାଣୁ ସଂପର୍କରେ ଘୋଷଣା ହେବା ପରେ ବିଶ୍ୱର ପ୍ରାୟ ଅଧିକାଂଶ ଦେଶ ଏହି ଦେଶକୁ ବିମାନ ସେବା ବନ୍ଦ କରିଦେଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍କୁ ବିମାନ ବନ୍ଦ ରଖାଯାଇଛି । ବ୍ରିଟେନ୍ରୁ ଭାରତକୁ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବା ସହିତ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।
ନୂଆ କରୋନା ମାରାତ୍ମକ ହେଉଛି
