ସତ୍ୟଶିଖା(ମୁମ୍ବାଇ) ୦୯/୧୨/୨୦୨୦ : ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଏନସିବି । ଡ୍ରଗ୍ସ ମାଫିଆ ରିଗଲ ମହାକାଲଙ୍କୁ ଗିରଫ କରିଛି । ରିଗଲ ମହାକାଲ ଅନେକ ଦିନରୁ ଫେରାର ଥିଲେ । ଗିରଫ କରିବା ପରେ ତାଙ୍କୁ କୋର୍ଟରେ ହାଜର କରିଛି ଏନସିବି । କୋର୍ଟ ତାଙ୍କୁ ଦୁଇ ଦିନ ପାଇଁ ଏନସିବି ହେପାଜତକୁ ପଠାଇଦେଇଛି । ଉଲ୍ଲେଖଯୋଗ୍ୟ ଯେ, ରିଗଲ ମହାକାଲ, ଅନୁଜ କେଶଓ୍ବାନୀ ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ଡ୍ରଗ୍ସ ସପ୍ଲାଏ କରୁଥିଲା । ତାପରେ ଅନୁଜ ଅନ୍ୟମାନଙ୍କୁ ସପ୍ଲାଏ କରୁଥିଲା । ଏହିଭଳି ଭାବେ ଏମାନେ କାମ କରୁଥିଲେ ।
ସୂଚନାଯୋଗ୍ୟ ଯେ, ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାରେ ଅନେକ ଯାଞ୍ଚ ଏଜେନ୍ସୀରେ ମୁମ୍ବାଇରେ ଡେରା ପକାଇଛନ୍ତି । ତଦନ୍ତ ଯେତେ ଆଗକୁ ବଢୁଛି ସେତେ ରହସ୍ୟ ଉନ୍ମୋଚିତ ହେଉଛି । ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଏନସିବି ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି । ସେମାନଙ୍କ ମଧ୍ୟରେ ଫିଲ୍ମ ଅଭିନେତା, ଅଭିନେତ୍ରୀ, ଟେଲିଭିଜନ କଳାକାର ମଧ୍ୟ ସାମିଲ ଅଛନ୍ତି ।