ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୦/୨୦୨୦ : ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନକ୍ସଲଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଛତିଶଗଡ ସହିତ ଚାରୋଟି ରାଜ୍ୟର ପୁଲିସ ମିଶି ଅଭିଯାନ ଆରମ୍ଭ କରିବେ । ଏଥି ସହ ନକ୍ସଲ, ତସ୍କରି ସହିତ ଅନ୍ୟ ପ୍ରସଙ୍ଗରେ ଉତ୍ତମ ସମନ୍ଵୟ ରଖି କାର୍ଯ୍ୟ କରାଯିବ । ଚାରି ରାଜ୍ୟ ନକ୍ସଲଙ୍କ ବିରୋଧରେ ମିଳିତ ରଣନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ଦିନରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଆବଶ୍ୟକ ପଡିଲେ ଅନ୍ୟ ରାଜ୍ୟ ମଧ୍ୟ ସାମିଲ ହେବେ ବୋଲି କୁହାଯାଇଛି ।
ନୂତନ ଆଡ୍ଡା ଖୋଜୁଛନ୍ତି ନକ୍ସଲ
