ମନୋରଞ୍ଜନସିନେମା

ନାରକୋଟିକ୍ସ ବ୍ୟୁରୋର ନୋଟିସ ଗଲା କରନ ଜୋହରଙ୍କୁ

ସତ୍ୟଶିଖା (ମୁମ୍ବାଇ) ୧୮/୧୨/୨୦୨୦ : ପ୍ରତିଷ୍ଠିତ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୨୦୧୯ରେ କରନ ଜୋହରଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି କଳାକାରମାନଙ୍କ ହାବଭାବରୁ ନିଶାରେ ଥିବାର ସନ୍ଦେହ କରାଯାଉଥିଲା । ଏହି ଭିଡିଓଟିକୁ ନିଜେ କରନ ଜୋହର ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଭିଡିଓଟି ଭାଇରାଲ ହୋଇଥିବାବେଳେ ପାର୍ଟିରେ ଡ୍ରଗ୍ସ ସେବନ କଥାକୁ ଅସ୍ୱୀକାର କରିଆସୁଛନ୍ତି କରଣ ଜୋହର । ହେଲେ ଏହି ଭିଡିଓକୁ ନେଇ ତଦନ୍ତ ପାଇଁ ଦାବି କରିଥିଲେ ଶିରୋମଣି ଅକାଳୀ ଦଳର ନେତା ମନଜିନ୍ଦର ଶିର୍ଷା । ଏପରିକି ଗତ ସେପ୍ଟେମ୍ବରରେ ସେ ଏନସିବି ମୁଖ୍ୟ ରାକେଶ ଅସ୍ଥାନାଙ୍କୁ ଭେଟି କରଣ ଜୋହର ଏବଂ ଭିଡିଓରେ ଥିବା ବଲିଉଡର ଆଗଧାଡିର କଳାକାରମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ । ଏବେ ଏନସିବି ଭିଡିଓ ଆଧାରରେ କରଣ ଜୋହରଙ୍କୁ ଉତର ରଖିବା ପାଇଁ ନୋଟିସ କରିଛି ।

Show More
Back to top button