ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ମେଷ – ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ଦସ୍ତଙ୍ଘ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ । ଅଫିସ୍ କାମରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ପ୍ରଶାସନିକ କ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ବୃଷ – ପାରିବାରିକ କ୍ଷେତ୍ରରେ ଭଉଣୀଙ୍କ ସାହାର୍ଯ୍ୟ ପ୍ରତିଶ୍ରୁତିରୁ ଆଶ୍ୱସ୍ତି ଲାଭ କରିବେ । ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ଅସହଯୋଗର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ମିଥୁନ – ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ ଓ ମାନସିକ ଦ୍ୱନ୍ଦ୍ୱରୁ ରିହାତି ପାଇବେ । ସହକର୍ମୀଙ୍କ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
କର୍କଟ – ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ଆକସ୍ମିକ ଭାବେ ପୁନଃ ପ୍ରତିଷ୍ଠିତ ହେବେ । ଭାବପ୍ରବଣ ବଶତଃ କିଛି କହି ଅପଦସ୍ଥ ହୋଇପାରନ୍ତି । ବାନ୍ଧବୀଙ୍କ ସହ ଆଳାପରେ ସମୟ କଟାଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ସିଂହ – ମାନସିକ ଅବସାଦ ବଢିବା କାରଣରୁ କୌଣସି କାମ ଉତ୍ସାହିତ ହେବ ନାହିଁ । କର୍ମକ୍ଷେତ୍ରରେ ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
କନ୍ୟା – ହାତକୁ ମେଳରେ ରହିବାର ସୁଯୋଗ ପାଇ ସାମୟିକ ଦୁଃଖକୁ ଭୁଲିଯିବେ । ପଡୋଶୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨।
ତୁଳା – ପାରିବାରିକ କ୍ଷେତ୍ରରେ ଯୁକ୍ତିଯୁକ୍ତି କଥା କହି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସଙ୍ଗକୁ ବିଳାସ ବ୍ୟସନରେ ସମୟ ଅତିବାହିତ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ରଙ୍ଗ ୬ ।
ବିଛା – ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ସାମୟିକ ଦୁଃଖକୁ ଭୁଲିଯିବେ । ପଡୋଶୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ଧନୁ – ପ୍ରତିକୂଳ ପରିସ୍ଥିତି ଚାପ କ୍ରମଶଃ ବଢିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିଥିବାରୁ ଆବଶ୍ୟକୀୟ ସହ-ଯୋଗ ପାଇବାରେ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ମକର – ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
କୁମ୍ଭ – ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ଶିଥିଳତା ଦେଖା ଦେବ । ପର କଥାରେ ମୁଣ୍ଡ ପୂରାଇ ଭୁଲ୍ ମାର୍ଗରେ ଗତି କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
ମୀନ – ଯେତେ ଭଲ କାମ କଲେ ସୁଦ୍ଧା ଭଲ ପାଉ ନ ଥିବା ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ । ଶିଳ୍ପ, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।