ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ‘ମୋଗଲ ଗାର୍ଡେନ’, କେବଳ ଅନଲାଇନ୍‌ରେ ହେବ ଟିକେଟ୍ ବୁକିଂ

ସତ୍ୟଶିଖା( ନୂଆଦିଲ୍ଲୀ )୧୨.୦୨.୨୦୨୨ : ସବୁ ବର୍ଷ ଭଳି ଏବର୍ଷ ବି ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଛି ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ । ଆଜି ଠାରୁ ଦୀର୍ଘ ମାସେ ଧରି ଖୋଲା ରହିବ ଏହି ମୋଗଲ ଗାର୍ଡେନ ।

ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଥିଲା । ତେବେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂର ବ୍ୟବସ୍ଥା କରାଯାଇଛି । ୱାକ୍ ଇନ୍ ଟିକେଟ୍ ବୁକିଂର ସୁବିଧା ଚଳିତ ବର୍ଷ ବନ୍ଦ ରହିଛି ।

ଫେବୃଆରୀ ୧୨ ଅର୍ଥାତ୍ ଆଜି ଠାରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ମୋଗଲ ଗାର୍ଡେନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ସବୁ ସୋମବାର ଦିନ ଗାର୍ଡେନ ବନ୍ଦ ରହିବ ବିଶୋଧନ ଓ ଅନ୍ୟ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ।

ତେବେ ଦିନ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲା ରହିବ । ୭ ଟି ପ୍ରି ବୁକ୍ ସ୍ଲଟ୍ ମାଧ୍ୟମରେ ଲୋକମାନେ ଗାର୍ଡେନ ଭିତରକୁ ପ୍ରବେଶ କରିପାରିବେ ।

Exit mobile version