ମନୋରଞ୍ଜନସିନେମା

ପ୍ରଥମ ଦିନରେ ୩୬ କୋଟି ଟଙ୍କା ରୋଜଗାର କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର

ସତ୍ୟଶିଖା( ମୁମ୍ବ‌ାଇ )୧୦.୦୯ . ୨୦୨୨: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଗତକାଲି ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍‌ କରିଥିଲେ ବି ଚଳଚ୍ଚିତ୍ରଟି ସେତେଟା ଖରାପ ପ୍ରଦର୍ଶନ କରିନାହିଁ। ଆପଣଙ୍କୁ ଜଣାଇ ଦେଉଛୁ ଯେଂ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଦିନର ରୋଜଗାରର ରିପୋର୍ଟ ଏବେ ହସ୍ତଗତ ହୋଇସାରିଛି। ଜାଣିବାକୁ ମିଳିଛି କି ପ୍ରଥମ ଦିନରେ ହିଁ ରଣବୀରଙ୍କ ଅଭିନୀତ ଏହି ଫିଲ୍ମଟି ୩୬ କୋଟି ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛି। ତେବେ ଆମେରିକାରେ ଏହି ଚଳଚ୍ଚିତ୍ରଟି ପ୍ରଥ‌ମ ଦିନରେ ୧ ମିଲିୟନ ଡଲାରରୁ ଅଧିକ ରୋଜଗାର କରିଛି। ଏହା ଦର୍ଶକଙ୍କ ପାଇଁ ନିଶ୍ଚିତ ରୂପେ ଏକ ଉତ୍ସାହଜନକ ଖବର। ବଲିଉଡ୍‌ରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିବା ବେଳେ ଆୟନ ମୁଖାର୍ଜୀଙ୍କ ଏହି ଫିଲ୍ମଟି ବି ଏଥିରୁ ବାଦ୍‌ ପଡ଼ିନଥିଲା। ଏହାକୁ ନେଇ ବି ସୋସିଆଲ୍‌ ମିଡିଆରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିଲା।

Show More
Back to top button