ଅପରାଧ
ନାବାଳକ ପୁଅକୁ ପୋଖରୀକୁ ଫିଙ୍ଗିଦେଲା ଜନ୍ମ କଲା ମାଆ


ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ : ବ୍ରହ୍ମପୁରରେ ଚାଞ୍ଚଲ୍ୟ ! ନାବାଳକ ପୁଅକୁ ପୋଖରୀରେ ଫିଙ୍ଗିଦେଲା ଜନ୍ମ କଲା ମାଆ । ମୃତ ଅବସ୍ଥାରେ 8 ବର୍ଷୀୟ ନାବାଳକ ପୁଅର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ବ୍ରହ୍ମପୁର ଟାଉନ ଥାନା ବିଜିପୁରରେ । ମୃତ ନାବାଳକ ପୁଅ ବିଜିପୁର ବଡ଼ସାହିର।
ମୃତକ ନାବାଳକ ଜଣକ ହେଉଛନ୍ତି ରୋହିତ କୁମାର ଓରଫ ଶ୍ରୀନୁ । ମୃତକଙ୍କ ବାପା ପାପା ରାଓଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ଅର୍ଥାତ ପୁଅ ଶ୍ରୀନୁଙ୍କ ମାଆ ଏସ ଗଙ୍ଗାଆମାଙ୍କ ମାନସିକ ଅବସ୍ଥା ଠିକ ନୁହେଁ । ତେଣୁ ଏଭଳି କାମ କରିଥିବା ଅନୁମାନ କରାଯାଉଛି । ଏନେଇ ପାପା ରାଓ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏସ ଗଙ୍ଗାମାକୁ ପୋଲିସ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।