ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ଭାରତରେ ସୁପ୍ରିମକୋର୍ଟ କ୍ରିପ୍ଟୋ କରେନ୍ସି (C r y p t o Currency) ରୁ ବ୍ୟାନ ହଟାଇ ଦେଇଛନ୍ତି । ଏହାପରେ ସାରା ଦେଶରେ Bitcoin ଭଳି କ୍ରିପ୍ଟୋ କରେନ୍ସିର ଲେଣଦେନ ପୁଣି ଆରମ୍ଭ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟ କଏନର ମୂଲ୍ୟ ୧୪ ହଜାର ଡଲାର ଅର୍ଥାତ ପାଖାପାଖି ୧୦.୩୬ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ, ଗତ ୬ ମାସରେ ଏହି ମୁଦ୍ରା ୫୦ ପ୍ରତିଶତରୁ ଅଧିକ ବଢିଯାଇଛି । ଏହି ଦାମ ଆସନ୍ତା ୬ ମାସ ଯାଏଁ ଜାରି ରହିବ ବୋଲି ଏକ୍ସପର୍ଟ କହିଛନ୍ତି । ଆରବିଆଇ ଦ୍ୱାରା ୨୦୧୮ ମସିହାରେ କ୍ରିପ୍ଟୋ କରେନ୍ସି ଉପରେ କଟକଣା ଲଗାଯାଇଥିଲା ଯାହାକୁ ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ହଟେଇ ଦେଇଛନ୍ତି ।
ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା
