ଦେଶନ୍ୟୁଜ୍ବିଦେଶସ୍ପେଶାଲ୍ ରିପୋର୍ଟ

ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା

ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ଭାରତରେ ସୁପ୍ରିମକୋର୍ଟ କ୍ରିପ୍ଟୋ କରେନ୍ସି (C r y p t o Currency) ରୁ ବ୍ୟାନ ହଟାଇ ଦେଇଛନ୍ତି । ଏହାପରେ ସାରା ଦେଶରେ Bitcoin ଭଳି କ୍ରିପ୍ଟୋ କରେନ୍ସିର ଲେଣଦେନ ପୁଣି ଆରମ୍ଭ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟ କଏନର ମୂଲ୍ୟ ୧୪ ହଜାର ଡଲାର ଅର୍ଥାତ ପାଖାପାଖି ୧୦.୩୬ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ, ଗତ ୬ ମାସରେ ଏହି ମୁଦ୍ରା ୫୦ ପ୍ରତିଶତରୁ ଅଧିକ ବଢିଯାଇଛି । ଏହି ଦାମ ଆସନ୍ତା ୬ ମାସ ଯାଏଁ ଜାରି ରହିବ ବୋଲି ଏକ୍ସପର୍ଟ କହିଛନ୍ତି । ଆରବିଆଇ ଦ୍ୱାରା ୨୦୧୮ ମସିହାରେ କ୍ରିପ୍ଟୋ କରେନ୍ସି ଉପରେ କଟକଣା ଲଗାଯାଇଥିଲା ଯାହାକୁ ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ହଟେଇ ଦେଇଛନ୍ତି ।ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ ମଲ୍ଟିଷ୍ଟେଟ କ୍ରେଡିଟ କୋ-ଅପରେଟିଭ ସୋସାଇଟି ବର୍ତ୍ତମାନ କ୍ରିପ୍ଟୋ କରେନ୍ସି ଓ କ୍ରିପ୍ଟୋ କରେନ୍ସି ଉତ୍ପାଦ ସହ ନିଜର ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବାକୁ ଯୋଜନା କରିଛି । ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ ଭାରତରେ ନିଜ ଗ୍ରାହକଙ୍କୁ ଅନଲାଇନ କ୍ରିପ୍ଟୋ କରେନ୍ସି ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବ ।C.N.B.C ର ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ବିଟ କଏନ ନୂଆ ଉଚ୍ଚତାକୁ ଛୁଇଁ ପାରେ । ସୂଚନାଯୋଗ୍ୟ ଯେ ଥରେ ବିଟ କଏନ ୨୦ ହଜାର ଡଲାର ପାର କରିଥିଲା । କିନ୍ତୁ ଏହାପରେ ଏହାର ମୂଲ୍ୟ ହ୍ରାସ ପାଇଥିଲା l ସେଥିପାଇଁ ଏଥିରେ ବିନିଯୋଗ କରିବା ପୂର୍ବରୁ ସାବଧାନ ରହିବା ଆବଶ୍ୟକ ।କ୍ରିପ୍ଟୋ କରେନ୍ସି ଏକ ଡିଜିଟାଲ କରେନ୍ସି ଯାହା ବ୍ଳକଚେନ ଟେକନିକ ଉପରେ ଆଧାରିତ । ଏହି କରେନ୍ସିରେ କୁଟଲେଖନ କୌଶଳ (ଟେକନିକ) ପ୍ରୟୋଗ ହୋଇଥାଏ । ଏହି କୌଶଳ ଜରିଆରେ କାରବାରର ସମ୍ପୂର୍ଣ୍ଣ ହିସାବ ହୋଇଥାଏ ଯେଉଁଥିପାଇଁ ଏହାକୁ ହ୍ୟାକ୍ କରିବା ବହୁତ ମୁସକିଲ ହୋଇଥାଏ । ସେଥିପାଇଁ କ୍ରିପ୍ଟୋ କରେନ୍ସିରେ ଠକେଇ ସମ୍ଭାବନା ବହୁତ କମ ଥାଏ । କ୍ରିପ୍ଟୋ କରେନ୍ସି ପରିଚାଳନା କେନ୍ଦ୍ରୀୟ ବ୍ୟାଙ୍କ ଠାରୁ ସ୍ୱତନ୍ତ୍ର ହୋଇଥାଏ, ଯାହା ଏହାର ସବୁଠାରୁ ବଡ ଅସୁବିଧା ।କ୍ରିପ୍ଟୋ ବ୍ୟାଙ୍କିଙ୍ଗ ସର୍ଭିସ ପ୍ରଦାନକାରୀ C a s h a a ସହ ଚୁକ୍ତି କରି ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ U.N.I.C.A.S ନାଁରେ ଏକ ଜଏଣ୍ଟ ବେଞ୍ଚର କରିଛି ଯାହା ଉତ୍ତର ଭାରତରେ ବ୍ୟାଙ୍କର ସମସ୍ତ ୩୪ ଶାଖାରେ ଉଭୟ ଅନଲାଇନ କ୍ରିପ୍ଟୋ ବ୍ୟାଙ୍କିଙ୍ଗ ସେବା ଏବଂ ଫିଜିକାଲ ସେବା ଉପଲବ୍ଧ କରାଇବ । ୟୁନାଇଟେଡ଼ ଓ କାଶା କ୍ରିପ୍ଟୋ କରେନ୍ସି ବ୍ୟାଙ୍କିଙ୍ଗ ସର୍ଭିସ ଆରମ୍ଭ କରିବା ନିଷ୍ପତ୍ତି ଏମିତି ସମୟରେ ନେଇଛି ଯେତେବେଳେ ଦେଶରେ ଏହାକୁ ନେଇ ଆଇନ ବ୍ୟବସ୍ଥା ସମ୍ପୂର୍ଣ ସ୍ପଷ୍ଟ ହୋଇନାହିଁ ।U.N.I.C.A.S ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ର ଆକାଉଣ୍ଟ ହୋଲ୍ଡରଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ କ୍ରିପ୍ଟୋ କରେନ୍ସି ୱାଲେଟ ସହ ଇଣ୍ଟିଗ୍ରେଟ କରିବାକୁ ସୁବିଧା ଦେବ । ଏହି ବ୍ୟାଙ୍କର ଗ୍ରାହକ ସିଧାସଳଖ ନିଜ ଆକାଉଣ୍ଟରୁ କ୍ୟାସ ଦେଇ (Bitcoin- B.T.C), ଇଥର (Ether- E.T.H), ରିପ୍ପଲ୍ (Ripple- X.R.P) କାଶା (C.a.s.h.a.a- C.A.S) ଭଳି କ୍ରିପ୍ଟୋ କରେନ୍ସି କିଣିପାରିବେ । ଏହାଛଡା ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ର ଗ୍ରାହକ କ୍ରିପ୍ଟୋ କରେନ୍ସି ବଦଳରେ ଋଣ ମଧ୍ୟ ନେଇପାରିବେ । C.a.s.h.a.a ସିଇଓ କୁମାର ଗୌରବ କହିଛନ୍ତି ଯେ ଭାରତରେ କ୍ରିପ୍ଟୋକରେନ୍ସି ଚଳନ ବଢୁଛି । ସେଥିପାଇଁ କମ୍ପାନୀ ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ ସହ U.N.I.C.A.S ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଭାରତରେ ଅନେକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ୨୦୦ ପ୍ରତିଶତ ରୁ ୪୦୦ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।

Show More
Back to top button