ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୧/୨୦୨୧ : ୨୦୨୦ ଜାନୁଆରୀରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସୋ’ରେ ସୋନି କର୍ପୋରେସନ୍ ସମସ୍ତଙ୍କୁ ଚକିତ କରିଥିଲା । କମ୍ପାନୀ ଏହାର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କାର ‘ଭିଜନ୍-ଏସ୍’ର ଉନ୍ମୋଚନ କରିଥିଲା । ଏହି ଜାପାନିଜ କମ୍ପାନି ଉକ୍ତ ସମୟରେ ସୂଚନା ଦେଇଥିଲା ଯେ, ହାଇଏଣ୍ଡ ଟେକ୍ନୋଲୋଜି ଯେପରିକି କ୍ୟାମେରା ସେନ୍ସର, ଏଣ୍ଟର୍ଟେନ୍ମେଣ୍ଟ ସିଷ୍ଟମ୍ ଏବଂ ଆହୁରି ଅନେକ ବୈଶିଷ୍ଟ୍ୟ ସହ ଏହି ଚାଳକବିହୀନ ଗାଡି ବଜାରକୁ ଆସିବ । ୨୦୨୦ ଜୁଲାଇରେ ସୋନିର ଭିଜନ୍-ଏସ୍ ପ୍ରୋଟୋଟାଇପ୍ ଟୋକିଓ ପହଞ୍ଚିଥିଲା । ଏଠାରେ ଏହାର ସେନ୍ସିଂ ଏବଂ ଅଡିଓ ଟେକ୍ନୋଲୋଜିକୁ ଅଧିକ ବିକଶିତ କରାଯାଇଛି । କିନ୍ତୁ ଏହି ଗାଡି ନିକଟ ଭବିଷ୍ୟତରେ ବିକ୍ରି ପାଇଁ ଉପଲବ୍ଧ ହେବ ନାହିଁ । ପ୍ରଥମେ କମ୍ପାନି ଅଷ୍ଟ୍ରିଆ ସଡ଼କରେ ଏହି ଇଲେକ୍ଟ୍ରିକ୍ କାରର ପରୀକ୍ଷଣ ଆରମ୍ଭ କରିବ ।
ବିନା ଡ୍ରାଇଭରରେ ଚାଲିବ ସବୁଠୁ ଆଡଭାନ୍ସଡ୍ କାର୍ ‘ଭିଜନ୍-ଏସ’
