ନ୍ୟୁଜ୍ରାଜ୍ୟ

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ!

ସତ୍ୟଶିଖା(ଭୁବନେଶ୍ୱର )୧୫.୦୬. ୨୦୨୨ :ଓଡ଼ିଶା କେବେ ଛୁଇଁବ ମୌସୁମୀ ବାୟୁ। ତାହାକୁ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହି କଳ୍ପନାଜଳ୍ପନାର ସମାପ୍ତି ଘଟିଛି। ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ପାଣିପାଗର ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ ୪୮ ଘଣ୍ଟା ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ଅନୁକୂଳ ରହିଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶା ମୌସୁମୀ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମ୍‌ଡି) ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଥିଲେ। ସେ କହିଥିଲେ, ଗତ ୧୩ ତାରିଖରେ ମୌସୁମୀ ମହାରାଷ୍ଟ୍ର, ଗୁଜରାଟ, ବିହାରର କିଛି ଅଞ୍ଚଳ ଛୁଇଁଛି। ଆଶା କରାଯାଉଛି ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳକୁ ମୌସୁମୀ ଛଇଁପାରେ। ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି। ସେ ଯାଏଁ ଓଡ଼ିଶାରେ ଏମିତି ଖରା ଜାରି ରହିବ।

Show More
Back to top button