ଦେଓମାଳି ଛୁଇଁଲା ମୌସୁମୀ

ସତ୍ୟଶିଖା( ଭୁବନେଶ୍ୱର )୧୭.୦୬. ୨୦୨୨ :  ଦେଓମାଳି ଛୁଇଁଲା ମୌସୁମୀ। ମୌସୁମୀର ପହିଲି ସ୍ପର୍ଶରେ ମାଳଭୂମି ସତେ ଯେମିତି ଲାଜେଇଗଲା। ମେଘ ଆସିଲା, ଶୀତଳତା ଭରିଦେଲା। ଆଦିବାସୀ ମନ ନାଚି ଉଠିଲା। ନିଦାଘରେ ଆଉଟୁପାଉଟୁ କୋରାପୁଟର ପ୍ରକୃତିକୁ ମୌସୁମୀ ଚଳଚଞ୍ଚଳ କରିଦେଲା।

ଆଜି ଉଚ୍ଚତ୍ତମ ଶୃଙ୍ଗ ଦେଓମାଳିକୁ ଛୁଇଁଛି ମୌସୁମୀ। ସବୁବେଳେ ସୁନ୍ଦର କୋରାପୁଟର ପ୍ରକୃତି ଆହୁରି ସୁନ୍ଦର ହୋଇଯାଇଛି। ନୀଳ ଆକାଶରେ କଳାହାଣ୍ଡିଆ ମେଘ ଖଣ୍ଡ ଦେଖି ଜୀବଜଗତ ନାଚି ଉଠିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଚଳଚଞ୍ଚଳ ହୋଇଯାଇଛି। ପାହାଡ଼ ପର୍ବତର ଭରା ମାଳଭୂମିରେ ମେଘ ଖଣ୍ଡ ଖଣ୍ଡ ଦେଖିବାକୁ ମିଳୁଛି। ମାସ ମାସ ଧରି ବର୍ଷାର ଆଗମନକୁ ଚାତକ ଭଳି ଚାହିଁ ରହିଥିବା ଆଦିବାସୀ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଥରେ ଏ ଡଙ୍ଗରକୁ ବର୍ଷା ଛୁଇଁଦେଲେ ଆନନ୍ଦରେ ଗୀତ ଗାଆନ୍ତି ଆଦିବାସୀ।

Exit mobile version