ସତ୍ୟଶିକ୍ଷା ୨୮.୦୯.୨୦୨୦ : ଆସନ୍ତାକାଲି ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କରୋନା ଭୟ ବଢି ଯାଇଛି । ଶନିବାର ଦିନ ବାଚସ୍ପତି, ବିଧାୟକ, କର୍ମଚାରୀ ଓ ବିଧାନସଭା ଅଧିବେଶନ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଥିଲା । ୭୫୭ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ ପରୀକ୍ଷାରେ ଦୁଇ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ବାକି ଥିବା ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଥିବେ, ସେମାନେ ବିଧାନସଭା ଆସିପାରିବେ ନାହିଁ । ଆଜି ବିଧାନସଭା ପରିସରକୁ ମଧ୍ୟ ଭଲ ଭାବେ ବିଶୋଧନ କରାଯିବ । କୋଭିଡ୍ କାଳରେ ଅଧିବେଶନ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ସଂସଦ ଅଧିବେଶନ ଭଳି ବିଧାନସଭା ସମୟକୁ କାଟଛାଂଟ କରାଯାଇଛି । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସର ବିଧାୟକମାନେ ଜିଲ୍ଲା ମହକୁମାରେ ଭିଡିଓ କନଫରେନ୍ସିଂରେ ରହି ଅଧିବେଶନରେ ଯୋଗ ଦେଇପାରିବେ ।