ସତ୍ୟଶିଖା (ଭୁବନେଶ୍ୱର ) ୦୩.୧୦.୨୦୨୩ : ଆଜି ବିଧାନସଭା ମୌସୁମୀ ଅଧିବେଶନ ଶେଷ ହୋଇପାରେ। ଆସନ୍ତାକାଲି କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଗୃହକାର୍ଯ୍ୟ ଶେଷ ହେବା ନେଇ ଅନୁମାନ କରାଯାଉଛି । ତେବେ ଆଜି ବି କମ୍ପିବ ବିଧାନସଭା । ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ଅତିରିକ୍ତ ବଜେଟ୍କୁ ଗୃହର ମଞ୍ଜୁରୀ ମିଳିବ। ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନା ହୋଇପାରେ । ବିଜେପିର ନିଲମ୍ବିତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ।
ଆଜି ପ୍ରଶ୍ନକାଳରେ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ତାରିଖରେ ଶେଷ ହେବାକୁ ଥିବା ବେଳେ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଶେଷ ହେବା ନେଇ ଅନୁମାନ କରାଯାଉଛି ।