ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୨/୧୦୨୧ : କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଦରମା ବାବଦରେ ସୂଚନା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ନୂଆ ଶ୍ରମ ଆଇନରେ ଦରମାର ତଥ୍ୟ ଇମେଲ- ଏସଏମଏସ ଓ ହ୍ୱାଟସଆପ୍ ଜରିଆରେ ଦେବା ପାଇଁ ପ୍ରାବଧାନ କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର ଏନେଇ ସୂଚନା ଦେଇଛନ୍ତି ।
ନୂଆ ଆଇନରେ ସରକାର ସୋସିଆଲ ମିଡିଆ ଜରିଆରେ ତଥ୍ୟ ଦେବା ପାଇଁ ପୂର୍ବରୁ କହିଥିଲେ । ତେବେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହା ଗୋପନୀୟତାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା । ଏବେ ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ, ଏଥିରେ ସଂଶୋଧନ କରାଯିବ । ସରକାର ସୋସିଆଲ ମିଡିଆ ଓ ହ୍ୱାଟସଆପ୍ ଜରିଆରେ କମ୍ୟୁନିକେସନ୍ ଡ୍ରାଫ୍ଟ୍ ନୋଟିଫିକେସନକୁ ହଟାଇ ଦେଇଛନ୍ତି । ସମସ୍ତ କର୍ମଚାରୀଙ୍କ ଗୋପନୀୟତାକୁ ସରକାର ସମ୍ମାନ ଜଣାନ୍ତି । ଏହି ଶ୍ରମ ଆଇନକୁ ଅତିଶୀଘ୍ର ଚୂଡାନ୍ତ ରୂପ ଦିଆଯିବ ।