

ସତ୍ୟଶିଖା ( ଉଦଳା ) ୧୮ .୦୮.୨୦୨୦ : ଲୁଟ୍ କରିବାକୁ ଆସିଥିବା ବେଳେ ଏଟିଏମ୍ ପୋଡିଦେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଉଦଳା କଲେଜ ରୋଡରେ ଥିବା ଏଟିଏମକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ। ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଲେଜ ରୋଡରେ ଥିବା ଏସବିଆଇ ଏଟିଏମକୁ ଲୁଟ୍ କରିବା ପାଇଁ ଆସିଥିଲେ । ତେବେ ପୋଲିସ୍ ପଟ୍ରୋଲିଂ ଗାଡି ସେହି ରାସ୍ତାରେ ଯିବାର ଦେଖି ଦୁର୍ବୃତ୍ତମାନେ ଏଟିଏମରେ ନିଅଁ। ଲଗାଇ ସେଠାରୁ ଖସି ଯାଇଛନ୍ତି । ଯାହାଫଳରେ ଏଟିଏମଟି ପୋଡିଯାଇଛି । ଏହା ସହିତ ଏଟିଏମରେ ନିଅଁ। ଲାଗିଥିବା ଦେଖି ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚି ନିଅଁ।କୁ ଆୟତ୍ତ କରିଥିଲା ।
ତେବେ ଏଟିଏମ ଭାଙ୍ଗିବା ନିମନ୍ତେ ଦୁର୍ବୃତ୍ତ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ଛାଡି ଚାଲିଯାଇଥିବା ବେଳେ ପୋଲିସ୍ ସେଗୁଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗିଥିବା ବେଳେ ଟଙ୍କା ବାକ୍ସରୁ କେତେ ଟଙ୍କା ଲୁଟିଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଖବର ଜଣାପଡିବା ପରେ ମଙ୍ଗଳବାର ସକାଳୁ ଲୋକଙ୍କ ଭିଡ ସେଠାରେ ଲାଗି ରହିଛି ।