ସତ୍ୟଶିଖା (ଦେବଗଡ) ୦୭.୧୦.୨୦୨୦ : ଦେବଗଡ ଜିଲ୍ଲା ବଳମ ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ରାତି ଡକାୟତି ଉଦ୍ୟମ ହୋଇଛି । ଡକାୟତମାନେ ବ୍ୟାଙ୍କର ସଟରରେ ପଡିଥିବା ପାଞ୍ଚଟି ତାଲା ଭାଙ୍ଗିବା ସହ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଭିତରର ଆଇରନ ଚେଷ୍ଟର ତାଲା ମଧ୍ୟ ଭାଙ୍ଗି ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ବୁଧବାର ଭୋର ସମୟରେ ସ୍ଥାନୀୟ ବାସିନ୍ଦା ବ୍ୟାଙ୍କର ସାଇରନ୍ ବାଜୁଥିବା ଓ ତାଲା ଭଙ୍ଗା ହୋଇ ପଡିଥିବା ଦେଖି ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ । ଶାଖା ପରିଚାଳକ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ତାଲା ଦେଖି ଦେବଗଡ ଥାନା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ, ତାଲା ଓ ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ l
