ଦୁର୍ଘଟଣାନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ, ତାଲା ଓ ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ l

ସତ୍ୟଶିଖା (ଦେବଗଡ) ୦୭.୧୦.୨୦୨୦ : ଦେବଗଡ ଜିଲ୍ଲା ବଳମ ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ରାତି ଡକାୟତି ଉଦ୍ୟମ ହୋଇଛି । ଡକାୟତମାନେ ବ୍ୟାଙ୍କର ସଟରରେ ପଡିଥିବା ପାଞ୍ଚଟି ତାଲା ଭାଙ୍ଗିବା ସହ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଭିତରର ଆଇରନ ଚେଷ୍ଟର ତାଲା ମଧ୍ୟ ଭାଙ୍ଗି ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ବୁଧବାର ଭୋର ସମୟରେ ସ୍ଥାନୀୟ ବାସିନ୍ଦା ବ୍ୟାଙ୍କର ସାଇରନ୍ ବାଜୁଥିବା ଓ ତାଲା ଭଙ୍ଗା ହୋଇ ପଡିଥିବା ଦେଖି ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ । ଶାଖା ପରିଚାଳକ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ତାଲା ଦେଖି ଦେବଗଡ ଥାନା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରାଥମିକ ତଦନ୍ତରୁ ବ୍ୟାଙ୍କର ଆଇରନ ଚେଷ୍ଟ ସୁରକ୍ଷିତ ରହିଥିବା ଜଣାପଡିଛି । ପୋଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ମଗାଯାଇଥିବା ବେଳେ ସେମାନେ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ । ପୂର୍ବରୁ ମଧ୍ୟ ଏହି ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବଳମ ଶାଖାରେ ବନ୍ଧୁକ ମୁନରେ ଡକାୟତି ହୋଇଥିବା ବେଳେ ସେତେବେଳେ ଯେଉଁ ଘରେ ବ୍ୟାଙ୍କ ପରିଚାଳନା ହେଉଥିଲା ସେଠାରୁ ଅନ୍ୟ ଏକ ଘରକୁ ବ୍ୟାଙ୍କ ସ୍ଥାନାନ୍ତରିତ କରାଯାଇଛି ।

Show More
Back to top button