ଅପରାଧରାଜ୍ୟ

ଦୁର୍ବୃତ୍ତ ଘରେ ପଶି ବାପ-ପୁଅଙ୍କୁ ହାଣି ଦେଲେ

ସତ୍ୟଶିଖା (ସୋର) ୦୩/୧୨/୨୦୨୦ : ଘରେ ପଶିଲେ ଦୁର୍ବୃତ୍ତ, ବାପ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବରୀ ନୂଆପଲ୍ଲୀ ଗାଁର ମଧୁସୂଦନ ବେହେରାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ୫ଜଣ ଦୁର୍ବୁତ୍ତ ବାଇକରେ ଆସି ଘରେ ପଶି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟା ସମୟରେ ବାଇକ୍ ରେ ୫ରୁ ଅଧିକ ଯୁବକ ଆସି ମଧୁସୂଦନ ବେହେରା, ପୁଅ ଗୋପାଳ କୃଷ୍ଣ ବେହେରାଙ୍କ ସମେତ ଘରେ ଥିବା ଅନ୍ୟମାନଙ୍କୁ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ବାପ ଏବଂ ପୁଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡିନାହିଁ ।

Show More
Back to top button