ଦେଶ

ମୌସୁମୀ ସ୍ୱାଭାବିକ, କିନ୍ତୁ ଜୁନ-ଜୁଲାଇରେ କମ ବର୍ଷା

ନୂଆଦିଲ୍ଲୀ: ଦେଶବାସୀ କରୋନା ସହ ଲଢ଼େଇ କରୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ମୌସୁମୀ ବର୍ଷାକୁ ନେଇ ପୂର୍ବାନୁମାନ କରିଛି। ପ୍ରତିବର୍ଷ ଭଳି ଏବର୍ଷ ବି ଦେଶରେ ମୌସୁମୀ ସ୍ୱାଭାବିକ ରହିବ। ତେବେ ଜୁନ ଓ ଜୁଲାଇ ମାସରେ ଦେଶରେ କମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ବିଭାଗ ପକ୍ଷରୁ ମାସିକ ଭିତ୍ତିରେ ମୌସୁମୀ କେମିତି ରହିବ, ତା’ର ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜୁନ ମାସରେ ସ୍ୱାଭାବିକ ଠାରୁ କମ ବର୍ଷା ହେବ। ସେହିପରି ଜୁଲାଇ ମାସରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଜୁନ୍ ଓ ଜୁଲାଇ ମାସରେ କମ ବର୍ଷାକୁ ଅଗଷ୍ଟ-ସେପ୍ଟେମ୍ବର ମାସର ବର୍ଷା ପୂରଣ କରିବ।

ମୋଟାମୋଟି ଭାବେ କହିବାକୁ ଗଲେ ଦେଶରେ ମୌସୁମୀ ସ୍ୱାଭାବିକ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ମିଜୋରାମର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବଷର୍ର ହେବ। ତାମିଲନାଡୁ ଓ କେରଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଦେଶର ୪୦ରୁ ୫୦% ଅଞ୍ଚଳରେ ପାଖାପାଖି ସ୍ୱାଭାବିକ ବର୍ଷା ହେବ। ବିଶେଷ କରି ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ୫୦ରୁ ୬୦% ଅଞ୍ଚଳରେ ଏପରି ବର୍ଷା ହେବ।

ଏପ୍ରିଲ ୧୫ରେ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ସ୍ୱାଭାବିକ ରହିବ ବୋଲି ଆକଳନ କରିଥିଲା। ମୌସୁମୀରେ ୯୬ରୁ ୧୦୪% ମଧ୍ୟରେ ବର୍ଷା ହେଲେ, ଏହାକୁ ସ୍ୱାଭାବିକ ବୋଲି କୁହାଯାଏ।

ପାଣିପାଗ ବିଭାଗ ଏପ୍ରିଲ ୧୫ରେ କହିଥିଲା ଯେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପୂର୍ବ ନିର୍ଦ୍ଧାରତ ଜୁନ ୧ରେ ପହଞ୍ଚିବ। ତେବେ ଓଡ଼ିଶାକୁ ଜୁନ୍ ୯/୧୦ ବଦଳରେ ୧୩ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି। ଓଡ଼ିଶା ସହ ଉତ୍ତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ବିଭାଗ କହିଥିଲା।

[ad_2]
Show More
Back to top button