ଆଜିଠାରୁ ୧୪ ଯାଏ ବର୍ଷିବ, ସତର୍କ କଲା ପାଣିପାଗ କେନ୍ଦ୍ର

ସତ୍ୟଶିଖା (ଭୁବନେଶ୍ୱର)୧୧.୦୧.୨୦୨୨: ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ୧୪ ତାରିଖ ପର୍ଯ୍ୟନ୍ତ ଏହା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏବେ ପଶ୍ଚିମାଝଡ଼ର ଆଗମନ ତଥା ପୂର୍ବ ବଙ୍ଗୋପସାଗର ମଧ୍ୟରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉଷ୍ମଜଳୀୟବାଷ୍ପ ପ୍ରବେଶ କରୁଛି। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଏଥିସହ କିଛି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇପାରେ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ବଲାଙ୍ଗିର, ସୋନପୁର, ନୂଆପଡ଼ା, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ୧୨ ତାରିଖ ସକାଳ ସାଢ଼େ ୮ଟା ଭିତରେ ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର,  ବୌଦ୍ଧ, କନ୍ଧମାଳ ଓ ସମ୍ୱଲପୁର ଜିଲ୍ଲାରେ କୁଆପଥର ପଥର ସହ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Exit mobile version